ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ !

Jke5k87g vote from home 625x300 09 October 23 750x430

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ବଡ଼ ଘୋଷଣା। ୨୦୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଉଭୟ ପଞ୍ଚାୟତ ଓ ପୌର ଭୋଟ୍ ଏକାସାଙ୍ଗରେ ହେବ। ରାଜ୍ୟରେ ଜନଗଣନା କାର୍ଯ୍ୟ ଶେଷ ହେବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛି। ଏହା ପୂର୍ବରୁ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ତାଲିକା ପ୍ରକାଶ ପରେ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ । ଏନ୍‌ଏସି ଅଞ୍ଚଳରେ ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଲେଖାଏଁ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯିବ ।

ପୌର ନିର୍ବାଚନ ପାଇଁ ବର୍ତ୍ତମାନ ୧୨ ହଜାର ଇଭିଏମ୍ ଉପଲବ୍ଧ ଥିବାବେଳେ, ଆଉ ୬ ହଜାର ନୂଆ ଇଭିଏମ୍ ଅର୍ଡର କରାଯାଇଛି । ଏହାସହ ବାଲଟ୍ ପେପର୍, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛି ଯେ, ମାର୍ଚ୍ଚ ମାସରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଏଥର ରାଜ୍ୟର ୧୪୩ଟି ପୌର ସଂସ୍ଥା, ଅର୍ଥାତ୍ ମ୍ୟୁନିସିପାଲ୍ କର୍ପୋରେସନ୍, ପୌରପାଳିକା ଓ ଏନ୍‌ଏସିରେ ନିର୍ବାଚନ ହେବ । ସମ୍ବଲପୁର ମହାନଗର ନିଗମ ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ହୋଇସାରିଛି ଏବଂ ସମ୍ପର୍କିତ ଆଦେଶ ମଧ୍ୟ ପ୍ରକାଶ ପାଇଛି । ଏହି ସୂଚନା ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ଦେଇଛନ୍ତି ।

 

Share