ଭୁବନେଶ୍ବର: ବଢିଲା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ନାମଲେଖା । ଜୁଲାଇ- ୨୦୨୬ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଆସନ୍ତା ୩୧ ମଧ୍ୟରେ ନାମଲେଖାର ସୁଯୋଗ ପାଇପାରିବେ । ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି ।

