ପିପିଲି: ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିସଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଲଗାଣ ବର୍ଷାରେ କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅରିସଲରେ ଅଘଟଣ ଘଟିଛି । ମୃତକ ହେଲେ ଅରିସଲ ଗାଁର ରାମଚନ୍ଦ୍ର ବେହେରା । ସେ ଘରେ ବସିଥିବାବେଳେ କାନ୍ଥ ଗଳିପଡିଥିଲା । ତାଙ୍କୁ ତୁରନ୍ତ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଘଟଣା ଜଣାପଡ଼ିବା ପରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତରଙ୍କ ନିରୀକ୍ଷଣରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

