ଭୁବନେଶ୍ବର: ଉଧାର ଟଙ୍କା ମାଗିବାରୁ ମାଆ-ପୁଅଙ୍କୁ ଆକ୍ରମଣ । ଘରେ ପଶି ହାଣିଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଉଭୟ ମାଆ-ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ, ଉଧାର ଦେଇଥିବା ଟଙ୍କା ଫେରସ୍ତ ମାଗିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଏହି ଟଙ୍କାକୁ ନେଇ କଥା କଟାକଟି ହେବା ପରେ ଘଟଣା ଉଗ୍ର ରୂପ ନେଇଥିବା ଅଭିଯୋଗ ହୋଇଛି । ହଠାତ୍ କିଛି ଦୁର୍ବୃତ୍ତ ମାଆ-ପୁଅଙ୍କ ଘରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଉଭୟ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ଓ ସ୍ଥାନୀୟ ଲୋକେ ଆହତ ମାଆ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ବର୍ତ୍ତମାନ ଉଭୟଙ୍କର ଚିକିତ୍ସା ଚାଲିଛି ।

