ଭୁବନେଶ୍ୱର: ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ଆଜି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପ୍ର ପ୍ରତିନିଧିମାନେ । ଖାରବେଳ ଭବନଠାରେ ଏହି ସାକ୍ଷାତ ସମୟରେ ତାଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିବା ସହ ରାଜ୍ୟର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ବୃହତ୍ ପୁଞ୍ଜିନିବେଶ ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।
ଏହି ପ୍ରମୁଖ ନିବେଶ ପଦକ୍ଷେପର ଅଂଶସ୍ୱରୂପ, ବିଶ୍ୱସନୀୟ ଏବଂ କମ୍-ନିର୍ଗମନ ବିଶିଷ୍ଟ ବେସଲୋଡ୍ ଶକ୍ତି (Low-emission baseload power) ଯୋଗାଇବା ପାଇଁ ଅଦାନୀ ଗ୍ରୁପ୍ ଦୁଇଟି ୩ ହଜାର ମେଗାୱାଟ୍ର ପରମାଣୁ ବିଦ୍ୟୁତ୍ ପ୍ରକଳ୍ପ, ୨,୪୦୦ ମେଗାୱାଟ୍ର ୟୁଏସ୍ସି ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (PSP) ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛି ।

