ଅଙ୍ଗନବାଡ଼ି ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

Lizard

ସୋରୋ : ପିଲାଙ୍କ ଖାଇବାରେ ଝିଟିପିଟି ।  ୭ ରୁ ଅଧିକ ଛାତ୍ର ଗୁରୁତର ।  ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି  ପିଲା । ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ମଲା ଝିଟିପିଟି ବାହାରିଲା ।

ଏହି ଘଟଣାରେ ଅଭିଭାବକମାନେ ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଜଣେ ପିଲା ଡାଲି ଖାଇବାପାଇଁ ହାତ ପୁରାଇ ଥିଲେ। ସେ ପ୍ରଥମେ ବିଲାତି ବାଇଗଣ ସନ୍ଦେହ କରି ଏହାକୁ ଉପରକୁ ଟେକି ଦେବାରୁ ତାହା ମଲା ଝିଟିପିଟି ବୋଲି ଡେ଼ଖିବାକୁ ମିଳିଥିଲା । ଏହା ଦେଖି ଅଭିଭାବକମାନେ ପିଲାଙ୍କୁ ସଙ୍ଗେ ସିମୁଳିଆ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Share