ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନରେ ଉତ୍ତେଜନା

Subarnapur

ସୁବର୍ଣ୍ଣପୁର : ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀ ମୃତ୍ୟୁ ନେଇ ହୋଇଛି ଅଭିଯୋଗ ।  ଫଳରେ ଡାକ୍ତରଖାନରେ ଉତ୍ତେଜନା ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା । ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କ ଦେହ ଅସୁସ୍ଥ ହେବାରୁ ସୋନପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ମୃତ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତରଖାନା ପକ୍ଷରୁ ସୋନପୁର ଥାନାରେ ମାମଲା ଦାୟର କରାଯାଇଛି ବୋଲି ଏଡିଏମଓ ସୂଚନା ଦେଇଛନ୍ତି l ସେପଟେ ରୋଗୀଙ୍କ ପୋଷ୍ଟମଟମ ପାଇଁ ଶବକୁ ସମ୍ବଲପୁର ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହୁଥିବାରୁ ଡାକ୍ତରଖାନା ପରିସରରେ ବେଶ କିଛି ସମୟଧରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Share