କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ; ୩ ଦିନ ପରେ ନିଖୋଜ ଯୁବକ ଉଦ୍ଧାର

880

ରାଜନଗର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ସହ ଅପହରଣ ଅଭିଯୋଗର ତିନିଦିନ ପରେ ପୁଲିସ ଦ୍ୱାରା ଉଦ୍ଧାର। ଗତକାଲି ରାତିରେ ରାଜନଗର ଖଣ୍ଡେଇ ପଡାରୁ ନିଖୋଜ ଯୁବକ ଆକାଶ ଉଦ୍ଧାର ହୋଇଛନ୍ତି।
ୟୁକେ ମହାବିର ମହାବିଦ୍ୟାଳୟ ମଦନପୁର କଲେଜ ଛାତ୍ରକୁ ମାଡ଼ ଘଟଣାରେ ଛାତ୍ର ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି। ସେ କହିଛନ୍ତି, ମାରଣାସ୍ତ୍ର ସହ ଆକ୍ରମଣ କରିଥିଲେ ୧୫ରୁ ଅଧିକ ଯୁବକ। କାହାକୁ କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ହାଣି ଖଣ୍ଡ ଖଣ୍ଡ କରି ନଦୀରେ ଭସେଇ ଦେବାକୁ ଧମକ ଦେଇଥିଲେ। ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଛାତ୍ର ଏଭଳି ବୟାନ ଦେଇଛନ୍ତି। ଘଟଣାରେ ୩ ଜଣ ଯୁବକ ଅଟକ ଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଭାଇଗିରି ଦେଖାଉଥିବା ଏକ ଭିଡିଓ ଭାଇରଲ ହୋଇଥିଲା। ଭିଡିଓରେ ମଦନପୁର କଲେଜର ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଭାବେ ନିସ୍ତୁକ ମାଡ ମରାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତେଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ୩ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଅଭିଯୋଗ ମୁତାବକ ରାଜନଗର ବ୍ଲକ ପଶ୍ଚିମଭେଡା ଗାଁର ଡଲି ମଳିକଙ୍କ ପୁଅ ମଦନପୁର କଲେଜରେ ପାଠ ପଢ଼ନ୍ତି। ଗତ ୩ ତାରିଖ ଦିନ କିଛି ଦୁର୍ବୁତ୍ତ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଗ୍ରାମଞ୍ଚଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୀର୍ଘ ୩ ଦିନ ପରେ ନିଖୋଜ ଯୁବକକୁ ଉଦ୍ଧାର କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ।

Share