ବାଂଲାଦେଶରେ ବିଦ୍ୟୁତ୍ ସଙ୍କଟ, ସହାୟତା ପାଇଁ ଭାରତର ଦ୍ୱାରସ୍ଥ

Banglades

ନୂଆଦିଲ୍ଲୀ : ବାଂଲାଦେଶରେ ଭୟଙ୍କର ବିଦ୍ୟୁତ୍ ସଙ୍କଟ ।  ଘଣ୍ଟା ଘଣ୍ଟା ଅନ୍ଧାରରେ ଦେଶ ।  ସହାୟତା ପାଇଁ ଭାରତର ଦ୍ୱାରସ୍ଥ ହେଲା ଢାକା । ବାଂଲାଦେଶ ଏହାର ସବୁଠାରୁ ବଡ଼ ଏବଂ ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସାମ୍ନା କରୁଛି। ଦେଶର ବିଭିନ୍ନ ଅଞ୍ଚଳରେ ୯ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟଧିକ ବିଦ୍ୟୁତ୍ କାଟ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ । ପରିସ୍ଥିତି ଏତେ ଜଟିଳ ହୋଇଛି ଯେ ସରକାର ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ଶପିଂ ମଲ୍, ଦୋକାନ ଏବଂ ବଜାରଗୁଡ଼ିକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହି ବର୍ଦ୍ଧିତ ଶକ୍ତି ସଙ୍କଟ ଦ୍ୱାରା ବ୍ୟବସାୟୀ, କୃଷକ ଏବଂ ଶିଳ୍ପଗୁଡ଼ିକ ମଧ୍ୟ ଗଭିର ଭାବେ ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକା ତୁଳନାରେ ଗ୍ରାମାଞ୍ଚଳଗୁଡ଼ିକରେ ଏହି ବିଦ୍ୟୁତ୍ ସଙ୍କଟ ଅଧିକ ଅନୁଭୂତ ହେଉଛି। ଏଥିସହ ପ୍ରଚଣ୍ଡ ତାତି ଏବଂ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ବର୍ତ୍ତମାନ ବିଦ୍ୟୁତ୍ ଚାହିଦା ପ୍ରାୟ ୧୮,୦୦୦ ମେଗାୱାଟ୍ ଥିବାବେଳେ ଯୋଗାଣ ୧୩,୦୦୦ ମେଗାୱାଟ୍ ଭିତରେ ସୀମିତ ରହିଛି ।ବାରମ୍ବାର ବିଦ୍ୟୁତ ବିବ୍ରାଟଯୋଗୁଁ ରାଗରେ ଲୋକ ଅନେକ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି।

ବାଂଲାଦେଶରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି କାରଣ ମୁଖ୍ୟତଃ ଜାଳେଣି ଅଭାବ ଓ ପ୍ରାକୃତିକ ଗ୍ୟାସର ଅଭାବ ବୋଲି ଜଣାପଡିଛି । ସେପଟେ ଏହି ଶକ୍ତି ସଙ୍କଟର ମୁକାବିଲା ପାଇଁ ଭାରତଠାରୁ ଅତିରିକ୍ତ ଡିଜେଲ୍ ଯୋଗାଇଦେବାକୁ ଅନୁରୋଧ କରିଛି ବାଂଲାଦେଶ । ଗତ ସପ୍ତାହରେ ବାଂଲାଦେଶର ଶକ୍ତି ମନ୍ତ୍ରୀ ଇକବାଲ ହାସନ ମହମୁଦ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ।

Share