ବନ୍ୟା ମୁକାବିଲା ପାଇଁ ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲ୍ଲା ଦାୟିତ୍ୱ

Sachivalaya building bbsr orissa 1 (1)

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାକୁ ତୁରନ୍ତ ଗସ୍ତ କରି ବନ୍ୟା ପରିସ୍ଥିତିର ଗ୍ରାଉଣ୍ଡ ମନିଟରିଂ କରିବେ।

ନିର୍ଦ୍ଦେଶ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଦାୟିତ୍ୱ ଆଇଏଏସ୍‌ ସୁଧାଂଶୁ ମୋହନ ସାମଲଙ୍କୁ ଦିଆଯାଇଥିବା ବେଳେ ବାଲେଶ୍ୱର ପାଇଁ ଆଇଏଏସ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ଆଇଏଏସ୍‌ ପି. ଅନ୍ୱେଷା ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି ଅଧିକାରୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସହଯୋଗ କରିବା ସହ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ ତଦାରଖ ଦାୟିତ୍ୱ ଦିଆଯାଇଛି

Share