ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ସହରର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏଭଳି ସ୍ଥିତିରେ ହଠାତ୍ ରେଳସେବା ବିଚ୍ଛିନ୍ନ ହେବା ଫଳରେ ଦୈନନ୍ଦିନ ଯାତ୍ରୀମାନେ ନାହିଁ ନଥିବା ହଟହଟା ହେଉଛନ୍ତି ।
ବିଶେଷକରି ଯେଉଁ ଯାତ୍ରୀମାନେ ନିଜ କାର୍ଯ୍ୟକ୍ଷେତ୍ର କିମ୍ବା ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଆଗୁଆ ଟିକେଟ୍ କରି ଷ୍ଟେସନରେ ଅପେକ୍ଷା କରିଥିଲେ, ସେମାନେ ଟ୍ରେନ୍ ବାତିଲ୍ ଖବର ପାଇ ଘୋର ନିରାଶ ହୋଇଛନ୍ତି । ଟ୍ରେନ୍ ଉପରେ ନିର୍ଭରଶୀଳ ଥିବା ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।
ଯେପର୍ଯ୍ୟନ୍ତ ଧସିଥିବା ଟ୍ରାକ୍ର ସମ୍ପୂର୍ଣ୍ଣ ମରାମତି ନହୋଇଛି ଏବଂ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କଡ଼ା ସୁରକ୍ଷା ଯାଞ୍ଚ ଶେଷ ନହୋଇଛି, ସେପର୍ଯ୍ୟନ୍ତ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ସମ୍ଭବ ନୁହେଁ ।
