ଡିଜିସିଏ ନିୟମ ଅନୁସାରେ, କୌଣସି ପାଇଲଟ୍ କିମ୍ବା ଉଡ୍ଡୟନ କର୍ମଚାରୀ ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆସିଲେ ତାଙ୍କୁ ନିଶାମୁକ୍ତି କାର୍ଯ୍ୟକ୍ରମକୁ ପଠାଯାଇଥାଏ। ଦ୍ୱିତୀୟ ଥର ପଜିଟିଭ୍ ଆସିଲେ ତାଙ୍କ ଲାଇସେନ୍ସ ୩ ବର୍ଷ ପାଇଁ ନିଲମ୍ବିତ ହୋଇପାରେ। ତୃତୀୟ ଥର ନିୟମ ଉଲ୍ଲଂଘନ ହେଲେ ଲାଇସେନ୍ସ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଥାଏ।
ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI2379 ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିଲା। ବିମାନରେ ଥିବା ୧୩୭ ଯାତ୍ରୀ ଓ ୮ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୪୫ ଜଣଙ୍କ ମଧ୍ୟରୁ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ବିମାନ ସୁରକ୍ଷାକୁ ନେଇ ପାଇଲଟ୍ମାନଙ୍କ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ା କରାଯାଇଛି।
