ଯୁବକର ଉନ୍ମତ୍ତ କାଣ୍ଡ, ବାପା, ମାଆ ସହ ପୋଲିସକୁ କଲା ଛୁରା ମାଡ଼

Gop

ଗୋପ : ପ୍ରଥମେ ବାପା, ମାଆଙ୍କୁ ଛୁରା ମାଡ଼ କଲା ପୁଅ । ପୁଅକୁ ଧରିବା ପାଇଁ ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ଛୁରା ମାଡ଼ ।  ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଗାଁର ଦୃଶ୍ୟ ।  ପାରିବାରିକ କଳହରୁ ପ୍ରଥମେ ବାପା,ମାଆକୁ ଛୁରାମାଡ କଲା ପୁଅ। ଖବର ପାଇ ଘଟଣା ସ୍ଥାନରେ ଗୋପ ପୋଲିସ ପହଞ୍ଚି ପୁଅକୁ ଧରିବାକୁ ଯିବା ବେଳେ ପୋଲିସକୁ ମଧ୍ୟ ଛୁରାମାଡ। ଜଣେ ASI,ଜଣେ କନେଷ୍ଟବଳ ଓ ଜଣେ ହୋମଗାଡ ଗୁରୁତର ।  ସମସ୍ତ ଗୁରୁତର ଗୋପ ମେଡିକାଲରେ ଚିକିତ୍ସିତ। ଯୁବକକୁ କାବୁ କରି  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share