ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ, ସିନ୍ଦେ ମାଗିଲେ କ୍ଷମା

Pune

ମୁମ୍ବାଇ : ମୁମ୍ବାଇ ଥାନେ ଜିଲ୍ଲାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ । ଥାଣେରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଏହି ସମୟରେ ବନ୍ଦେ ମାତରମ୍ ଗାଇବା ପାଇଁ ଘୋଷଣା ହୋଇଥିଲା ।

ଖବର ମୁତାବକ, ଏକ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାଇବା ପାଇଁ ଘୋଷଣା ହୋଇଥିଲା । ଏଠାରେ ଥିବା ସମସ୍ତ ଲୋକ ଠିଆ ହୋଇଥିଲେ । ଏହିସମୟରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କର ଏକ ଆଲବମ୍ ଗୀତ ବାଜିଥିଲା । ଏହି ଗୀତର ଶବ୍ଦ ବନ୍ଦେ ମାତରମ୍ ରହିଥିବା ବେଳେ ଏହା ଏକ ପୁରୁଣା ଆଲବମ ଗୀତ ରହିଥିଲା । କିନ୍ତୁ ଏଠାରେ ବେନ୍ଦ ମାତରମ୍ ବାସ୍ତବିକ ସ୍ବରପ ବାଜିବାର ଥିଲା । କିନ୍ତୁ ଏହା ପରିବର୍ତ୍ତେ ଲତା ମଙ୍ଗେସକରଙ୍କ ପୁରୁଣା ଆଲବମ୍ ଗୀତ ବାଜିଥିଲା । ଏହି ଗୀତ ୪ ମିନିଟର ରହିଥିଲା । ସଭାରେ ସମସ୍ତେ ଶାନ୍ତ ହୋଇ ଠିଆ ହୋଇଥିଲେ ।

ଗୀତ ଶେଷ ହେବା ପରେ ଏକନାଥ ସିନ୍ଦେ ନିଜର ବକ୍ତବ୍ୟ ଦେବା ସମୟରେ ଏଭଳି ଭୁଲ୍ ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ । ଆଉ ସେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଲୋକଙ୍କୁ ଆଗକୁ ଏଭଳି ଭୁଲ୍ ନ ହେଉ ବୋଲି ଚେତାବନୀ ଦେଇଥିଲେ । ସିନ୍ଦେ କହିଥିଲେ, ଜାତୀୟ ଗୀତ କିମ୍ବା ଦେଶଭକ୍ତି ସହିତ ଜଡ଼ିତ କାର୍ଯ୍ୟକ୍ରମରେ ଏଭଳି ଭୁଲ୍ ହେବା ଠିକ୍ ନୁହେଁ । ଆୟୋଜକ ଏ ନେଇ ବିଶେଷ ଧ୍ୟାନ ରଖିବା ଜରୁରୀ । ତେବେ ଏହି ଘଟଣାକୁ ନେଇ ଦେଶରେ ବନ୍ଦେ ମାତରମ୍ କୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି ।

Share