ସେହିପରି ଖଡ଼ଗପୁର-ଭଦ୍ରକ (ରାଣୀତାଲ) ମଧ୍ୟରେ ୧୭୩ କିଲୋମିଟର ରେଲପଥରେ ଚତୁର୍ଥ ଲାଇନ୍ ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ପ୍ରାୟ ୩,୩୫୨ କୋଟି ଟଙ୍କା ଅଟକଳ କରାଯାଇଛି।ଏହି ତିନିଟି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ରେଲୱେ ବିକାଶର ନୂଆ ପ୍ରଗତି ଆଣିବା ସହ ଯାତ୍ରୀ ଓ ମାଲ ପରିବହନ କ୍ଷମତା ବଢ଼ାଇବ। ବିଶେଷକରି ବନ୍ଦର, ଶିଳ୍ପାଞ୍ଚଳ ଓ ଉତ୍ତର-ଦକ୍ଷିଣ ରେଲ କରିଡରରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ତିନି ପ୍ରକଳ୍ପର ମୋଟ ପ୍ରସ୍ତାବିତ ଖର୍ଚ୍ଚ ପ୍ରାୟ ୭,୨୨୧ କୋଟି ଟଙ୍କା।
