ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

Dead Body Death 1068x712

ବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା  ମୃତଦେହକୁ ଦେଓଗାଁ ପୁଲିସ ଜବତ କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ବଗଡ଼ା ତଥା ଦେଓଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହର ମୁଣ୍ଡ ନ ଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ, ବଗଡ଼ା ପାଣି ଟାଙ୍କି ନିକଟ ବିଲ ଭିତରେ ଜମିଥିବା ପାଣିରେ ଏକ ମୁଣ୍ଡବିହିନ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଖବର ମିଳିଥିଲା। କୌଣସି ଦୁର୍ବୃତ୍ତ ହତ୍ୟା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେହି ଗୁଣି ଗାରେଡ଼ି କରି ସମ୍ପୃକ୍ତ ମୃତକଙ୍କୁ ହତ୍ୟା କରି ଫିଙ୍ଗିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ନେତୃତ୍ତ୍ଵରେ ଦେଓଗାଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତକଙ୍କ ପରିଚୟ ସହ ହତ୍ୟାକାଣ୍ଡ କାରଣ ଉନ୍ମୋଚନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share