ବିଲ ପାଣିରୁ ମୃତଦେହ ମିଳିବା ଘଟଣା: ମିଳିଲା ଯୁବକଙ୍କ କଟାମୁଣ୍ଡ, ବଳି ଦେଇଥିବା ଚର୍ଚ୍ଚା

Dead Body Death 1068x712

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ବିଲରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ନୂଆ ମୋଡ। ମୃତ ଯୁବକ ଜଣକ ବଗଡା ଗାଁର ସନ୍ତୋଷ ଖର୍ସେଲ (୪୦) ହୋଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କୁ ବଳି ଦେଇଥିବା ଚର୍ଚ୍ଚା ହେଉଛି।

ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦିଆଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ସେହି ଗାଁର ଶତ୍ରୁଘ୍ନ ସାହୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ସନ୍ତୋଷ ଖର୍ସେଲ ୨ ଦିନ ଧରି ନିଖୋଜ ଥିଲେ। ଏଥିରେ ଗାଁ ଲୋକେ ଶତ୍ରୁଘ୍ନକୁ ସନ୍ଦେହ କରୁଥିଲେ। ତେବେ ଆଜି ଶତ୍ରୁଘ୍ନ ଘରୁ କଟାମୁଣ୍ଡ ମିଳିବା ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ତେବେ ଏହି ଘଟଣା ପରେ ସନ୍ତୋଷଙ୍କୁ ବଳି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

Share