ଭୁବନେଶ୍ବର: ଗିରଫ ପରେ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମୁଂଜୁର ପରେ ତାଙ୍କୁ ଜେଲ ପଠାଯାଇଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଘଟଣା ପରେ ପୋଲିସ କିଛି ଅଟୋ ଓ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗିରଫ କରିଥିଲା । ପରେ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଦୀନବନ୍ଧୁ ନାୟକଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି ।
ବୁଧବାର ଅନଲାଇନ ଚଳକଙ୍କ ଆନ୍ଦୋଳନ ବେଳେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବ୍ୟାପକ ହିଂସା ହୋଇଥିଲା । ଆନ୍ଦୋଳନକାରୀ ଚାଳକ ଆମ ବସ ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଉପକରୁ ଢେଲା ପଥର ମାଡ଼ କରିଥିଲେ । ଫଳରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଘଟଣା ପାଇଁ ଦୀନବନ୍ଧୁ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଘଟଣାରେ ୧୧୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏଥିସହ ୩୫୪ ଟି ଗାଡ଼ି ଜବତ କରିଛି ପୋଲିସ । ଆଇନ ଶୃଙ୍ଖଳା ବିଗାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।
