ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ୱେଶା ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Burla

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗାଁରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ୱେଶା ହଷ୍ଟେଲରେ ରହୁଥିବା ଛାତ୍ର ଜଗନ୍ନାଥ ଧରୁଆଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଗତକାଲି ସ୍କୁଲରେ ଥିବା ସମୟରେ ମୁହଁରୁ ଫେଣ ବାହାରିଥିଲା। ସ୍କୁଲ ତୁରନ୍ତ ହଷ୍ଟେଲ ଇନଚାର୍ଜ ଏବଂ ୱାର୍ଡନକୁ ଖବର ଦେବାପରେ, କଣ୍ଟାବାଞ୍ଜି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଖବର ପାଇ ଶିଶୁର ବାପା ମାଆ ଡାକ୍ତରଖାନାରେ ପହଞ୍ଚି ଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିବା ସହ ଅକ୍ସିଜେନ ଲେବଲ କମିବା ଦେଖି ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ରେଫର କରିଥିଲେ। ପରେ ବଲାଙ୍ଗୀରରେ ରାତି ପ୍ରାୟ ୮ ସମୟରେ ଶିଶୁର ଅବସ୍ଥା ଗୁରୁତର ହେବାପରେ ଶେଷରେ ବୁର୍ଲାକୁ ନିଆଯାଇଥିଲା। ଆଜି ମଧ୍ୟାନ୍ନରେ ଶବ ବ୍ୟବଚ୍ଛେଦ ହୋଇଥିବା ଓ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଟେଲିଫୋନରେ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

Share