ଭୁବନେଶ୍ବର : ଭୁବନେଶ୍ବରରେ ଜଣେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା । ଖଣ୍ଡଗିରି ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ଘର ରାଉକେଲାରେ ହୋଇଥିବା ବେଳେ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତନାଘନା ଚଳାଇଛି ।
ତେବେ ଛାତ୍ର ଜଣକ ହଷ୍ଟେଲ୍ କ୍ୟାମ୍ପସରେ ଥିବା ନିଜ ରୁମରେ ହିଁ ଆତ୍ମହତ୍ୟା କରିଥିଲେ । ପୋଲିସ ସମ୍ପୃକ୍ତ ଛାତ୍ରଙ୍କ ପରିବାରକୁ ଜଣାଇ ତଦନ୍ତ ଜାରି ରଖିଛି । ଏହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
