ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ, ଆସନ୍ତା ୧୦ ତାରିଖ ଯାଏ ଚାଲିବ ନିଲାମ

Baliyatra

କଟକ (ବିକ୍ରମ କିଶୋର ସେନାପତିଙ୍କ ଠାରୁ) : ଆଜି ଠାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା 2026 ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ।  ଏହି ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୭ ଟି ଟିମ୍ ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ପ୍ରତିଦିନ ସକାଳ ୧୦ ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ।  ଅପରାହ୍ନ ୨ ଟାରୁ ୩ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିବ ।

ନିଲାମରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ବ୍ୟକ୍ତି ଯଦି ନିଲାମରେ ଭାଗ ନିଅନ୍ତି ନାହିଁ, ତେବେ ସେମାନଙ୍କ ଦାଖଲ କରିଥିବା ଫି’ ଫେରସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ ।  ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ପଞ୍ଜିକରଣ ହୋଇଥିବାରୁ ପ୍ରାୟ ୩୦୦ ରୁ ୪୦୦ ଟି ପ୍ଲଟ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶା କରାଯାଉଛି ।   ଗତ ଅକ୍ଟୋବର ମାସ ୩୧ ତାରିଖ ପଞ୍ଜୀକରଣର ଅନ୍ତିମ ଦିନ ଥିଲା ।  ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ୬୦ ରୁ ୬୫ ଟଙ୍କା ମଧ୍ୟରେ ରଖାଯାଇଥିଲା ।  ତେବେ ପ୍ଲଟ ନିଲାମ ପ୍ରକ୍ରିୟାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ ।

Share