State

ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଆୟୋଜିତ ହେଉଛି ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ…

ବସ୍-ବାଇକ ମୁହାଁମୁହିଁ, ୨ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲାକୁ କଲେଜ ଆସୁଥିଲେ।…

ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଚାନ୍ଦବାଲି : ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଚାନ୍ଦବାଲି ବିଇଓ । ନିଲମ୍ବିତ ଶିକ୍ଷକ ହେଲେ ଭଦ୍ରକ କିସମତ ସ୍କୁଲର ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସ । ସେ ନିଜ ସୋସିଆଲ…

ମହିଳାଙ୍କୁ ଦଳିଦେଲେ ହାତୀପଲ, କ୍ଷତିପୂରଣ ଦାବି

ବଲାଙ୍ଗିର : ମାତିଲେ ହାତୀ । ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲେ ହାତୀପଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତପଲଙ୍କ ଉତ୍ପାତ। ଗାଁ ଗାଁକୁ ଯାଇ ଘରଦ୍ବାର ଭାଙ୍ଗୁଛନ୍ତି । ଗତକାଲି ରାତିରେ…

୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ

କଟକ : ୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ । କଟକ ଝୋଲା ସାହିର ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଜବତ ହେଲା ଚାଇନା ମାଞ୍ଜା ସୂତା । କଟକ ମହାନଗର ନିଗମ ଏନ୍ ଫୋର୍ସମେଣ୍ଟ ସ୍ଵାଡ ଜବତ କରିଛି ମାଞ୍ଜା…

ଆଜି ଭୁବନେଶ୍ବରରୁ ବାତିଲ ହେଲା ୮ଟି ଇଣ୍ଡିଗୋ ବିମାନ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ…

ଭକ୍ତଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ…

ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ କରି କଲେଜ ଅଧ୍ୟକ୍ଷ ଗିରଫ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ…

ଆଜିଠୁ ୧୪ ତାରିଖ ଯାଏ ଆବେଦନ କରିପାରିବେ ଯୁକ୍ତ ଦୁଇ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ ଜାରି ରହିଛି। ଏହିକ୍ରମେ ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଯୁକ୍ତଦୁଇ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ…

ଜାନୁଆରୀରୁ ଠପ ହୋଇପାରେ ଓପିଡି ରୋଗୀ ସେବା, ଡାକ୍ତର ସଂଘର ଚେତାବନୀ

ଭୁବନେଶ୍ୱର : ଜାନୁଆରୀରୁ ଠପ ହୋଇପାରେ ଡାକ୍ତରଖାନାରେ ଓପିଡି ରୋଗୀ ସେବା । ଜାନୁଆରୀରୁ ଡାକ୍ତର ଓପିଡି ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମକୁ କରିବେ ବୟକଟ । ପ୍ରେସମିଟରେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ଡାକ୍ତର ସଂଘ-…