Pattamundai

ପଟ୍ଟାମୁଣ୍ଡାଇ: ସ୍କୁଲ ୟୁନିଫର୍ମ ଫେରାଇଲେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ । ସ୍କୁଲରେ ଶିକ୍ଷକ ଅଭାବ ନେଇ ନିଆରା ପ୍ରତିବାଦ । ୟୁନିଫର୍ମ ଫେରାଇବା ସହ ମିଡ ଡେ ମିଲ୍ ବି ଖାଇଲେନି । ଶିକ୍ଷକ ଅଭାବକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି । ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଅଧିକ ଛାତ୍ରଛlତ୍ରୀ ପଢୁଥିବା ବେଳେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।

ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ପୋଷାକ ଫେରାଇଦେବା ସହ ମଧ୍ୟlହ୍ନ ଭୋଜନ ନ ଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ ଅଭାବ ଅଭିଯୋଗକୁ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷପ ନେବାକୁ ଅନୁରୋଧ କରିଛନ୍ତି ।

Share