ବାଲେଶ୍ବର: ପୁଣି ତାତିଲେ ଚାଷୀ । କୃଷକ ମାରଣ ନୀତି ଅଭିଯୋଗ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲା ନବନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା । ଜିଲ୍ଲାରେ କୃଷକ ମାରଣ ନୀତି ଓ ମିଲରମାନେ ଧାନ କୁଇଣ୍ଟାଲ୍ ପ୍ରତି ୮ ରୁ ୧୨ କେଜି କାଟିବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି ।
ଏବେ ବି ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିନି ଟୋକନ । ଗତବର୍ଷ ଠାରୁ ଏଥର କମ ପରିମାଣର ଧାନ ବିକ୍ରି ପାଇଁ ସରକାର ଦେଇଛନ୍ତି ଅନୁମତି । ସେପଟେ ମିଲର୍ସ ବି ଖୋଲାଖୋଲି କଟନି ଛଟନି ନକରି ଧାନ ଉଠାଇବା ନାହିଁ ବୋଲି ଧମକ ଦେଉଛି । ଚାରିଆଡୁ ହତାଶ ହୋଇ ଶେଷରେ ଏଭଳି ପନ୍ଥା ଆପଣାଇଛନ୍ତି ଚାଷୀ ।

