ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌

ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ ପରେ…

ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୧୩ ବିରୋଧୀ ଦଳ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବାଚସ୍ପତି ଓମ୍‌ ବିର୍ଲା ୧୩ ଜଣ ସାଂସଦଙ୍କ ନାମ ଘୋଷଣା କରିବା ପରେ ଆଜି ଲୋକସଭାରୁ ସଂପୃକ୍ତ ୧୩ ଜଣ ବିରୋଧୀ ସାଂସଦଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିବା…

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠରେ ତାଲିକାଭୁକ୍ତ ମନି ଲଣ୍ଡରିଂ ମାମଲାରେ ଆପ୍‌ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼…

ପୁଲିସକୁ ଖୋଲା ଧମକ ଦେଲେ ବିଟୁ ବଜରଙ୍ଗୀ

ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ତଥା କଥିତ ଗୋରକ୍ଷାକାରୀ ବିଟୁ ବଜରଙ୍ଗୀ ପୁଲିସ୍‌କୁ ଖୋଲା ଧମକ ଦେଇଛନ୍ତି। ବୁଧବାର ରାତିରେ ବଜରଙ୍ଗୀଙ୍କ ସାନ ଭାଇଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି।…

କାହିଁକି ସଂସଦରେ ଗ୍ୟାସ୍ ସ୍ପ୍ରେ କରିଥିଲେ ଅଭିଯୁକ୍ତ? ଜେରା ବେଳେ କହିଲେ କାରଣ

ନୂଆଦିଲ୍ଲୀ : ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଜଣ ଯୁବକ ଗୃହକୁ ପ୍ରବେଶ କରି ହଙ୍ଗାମା କରିବା ସହ ଆତଙ୍କ ଖେଳାଇବାକୁ ନେଇ ଶାସକକୁ ଘେରିଛନ୍ତି ବିରୋଧୀ। ଦିଲ୍ଲୀ…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମସଜିଦରେ ସର୍ଭେକୁ ମିଳିଲା ହାଇକୋର୍ଟଙ୍କ ଅନୁମତି

ମଥୁରା : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆଜି ବିଚାର କରି ମସଜିଦରେ ସର୍ଭେ…

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଆହତ ହୋଇଛନ୍ତି। ସହିଦ ଯବାନଙ୍କ ନାଁ କମଳେଶ ସାହୁ। ତାଙ୍କ ଘର…

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ

ବିଷ୍ଣୁଦେଓ ସାଏ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଅରୁଣ ସାଓ ଓ ବିଜୟ ଶର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାୟପୁରରେ…

ସଂସଦ ସୁରକ୍ଷାରେ ତ୍ରୁଟି: ଧରା ପଡ଼ିଥିବା ୪ ଜଣ କିଏ?

ଲୋକସଭା କାର୍ଯ୍ୟ ଠିକ ଠାକ ଚାଲିଥିଲା। ସାଂସଦମାନେ ସେମାନଙ୍କ ପ୍ରଶ୍ନ ଉପସ୍ଥାପନ କରୁଥିଲେ। କିନ୍ତୁ ଦିନ ଠିକ ୧.୦୨ ମିନିଟରେ ଘଟିଥିଲା ଅଘଟଣ। ହଠାତ୍‌ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡିଆଁ ମାରିଥିଲେ। କେହି କିଛି ବୁଝିବା…

ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପ‌ଡ଼ିଲେ ତୁର୍କୀ ସାଂସଦ

ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍‌ ନ୍ୟାସ୍‌ନାଲ୍‌ ଆସେମ୍ବ୍‌ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍‌ ବିଟ୍‌ମେଜ୍‌ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି। ସଂସଦୀୟ ଅଧିବେଶନର ‘ଲାଇଭ୍‌ଷ୍ଟ୍ରିମ୍‌’ ଚାଲିଥିବାରୁ…