ଟିଟିଲାଗଡ଼: ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି । ଏହାକୁ ନେଇ ଅଭିଯୋଗ ସତ୍ବେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି। ଏହାକୁ ନେଇ ଆଜି ମୁଣ୍ଡଫଟା ଖରାରେ ଅଞ୍ଚଳର ଶତାଧିକ ମହିଳା ଜାତୀୟ ରାଜପଥ ୫୯ ଏବଂ ଟିଟିଲାଗଡ଼ କେସିଙ୍ଗା ରାଜପଥ ଉପରେ ଗରା ବାଲଟିନ ଥୋଇ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ଟିଟିଲାଗଡ଼ ପୁଲିସ୍ ପହଞ୍ଚି ଆଲୋଚନା ଜାରି ରଖିଛି।

