2024

ରେଭିନ୍ୟୁ ସୁପରଭାଇଜରଙ୍କ ପାଇଁ ଲାଞ୍ଚ ଗ୍ରହଣ କରୁଥିଲେ ଅବସରପ୍ରାପ୍ତ ଅମୀନ, ଧରିଲା ଭିଜିଲାନ୍ସ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସର ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ। ସେ ଏବେ ପାରାଦୀପ ସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କ୍ୟାମ୍ପ ଅଫିସରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ କ୍ଷୀରୋଦ ରଥ ନାମକ…

ଟିକେଟ୍ ଘୋଷଣା ପରେ ବିଜେଡିରେ ବିସ୍ଫୋରଣ: ଏକାଧିକ ଅସନ୍ତୁଷ୍ଟ ଏବେ ବିଦ୍ରୋହୀ ପ୍ରାର୍ଥୀ

ଭୁବନେଶ୍ବର : ରାଜ୍ୟର ୭୨ ବିଧାନସଭା ଓ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ ବିସ୍ଫୋରକ ପରିସ୍ଥିତି ଉପୁଜିଛି। ରାୟଗଡ଼ାଠୁ ଆରମ୍ଭ କରି କଟକ ଓ ଯାଜପୁର ପର୍ଯ୍ୟନ୍ତ ସବୁଆଡ଼େ ଦଳୀୟ କନ୍ଦଳ…

ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର : ମାସେ ହେବ ଦିବ୍ୟାଙ୍ଗ ଯୁବକଙ୍କର ପତାମିଳୁନାହିଁ। ପୁଲିସକୁ ଅଭିଯୋଗ କଲେବି ଫଳ ସୁନ। ଯାହା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ। ବଙ୍ଗୋମୁଣ୍ଡା ଗାଁର ଦିବ୍ୟାଙ୍ଗ ଯୁବକ…

ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

ଯାଜପୁର : ବନ ବିଭାଗ ସହ ଛକାପଞ୍ଝା ପରେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି। ଯାଜପୁର ରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଆସି ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ଜହଳ…

୧୩ ସହରରେ ପାରା ୩୮ଡ଼ିଗ୍ରି ଅତିକ୍ରମ

ଭୁବନେଶ୍ବର: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ…

ସମ୍ବଲପୁରରେ ଧର୍ମେନ୍ଦ୍ର ଓ ପ୍ରଣବ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ…

୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଏସ୍‌ଟି ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା। ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ। ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍‌ଟି, ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ…

ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ନେତାଙ୍କ ଭିଡ଼ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ । ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର…

ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର…

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ…