ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର ବଡୁଥିବା ଲୋକପ୍ରିୟତାକୁ ନେଇ ଭାଜପା ଭୟଭୀତ ଅଛି। କାରଣ ଭାରତ ଯୋଡୋ ଯାତ୍ରା ପରେ ରାହୁଲଙ୍କୁ ନେଇ ଭାଜପା ଲୋକଙ୍କ ମଧ୍ୟରେ ସୃଷ୍ଟି କରିଥିବା ଧାରଣା ବଦଳିବାରେ ଲାଗିଛି।
ଲୋକେ ଭାଜପାକୁ ଏହାର ଉଚିତ ଜବାବ ଦେବେ। ଭାଜପା ଦେଶରେ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ପ୍ରୟାସ କରୁଛି। ମାତ୍ର ଏହା ଆଉ ବେଶି ଦିନ ଚାଲିବ ନାହିଁ।
ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର

