Metro rail 650x430

ଭୁବନେଶ୍ବର: ଜାନୁଆରୀ ପହିଲାରେ ମେଟ୍ରୋ ରେଲ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ବର ମେଟ୍ରୋ ରେଲ ଡିପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବାକୁ ଥିବାବେଳେ ସପ୍ଲିମେଣ୍ଟାରୀ ବଜେଟର ୨୧୦କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ମେଟ୍ରୋ ରେଳ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରି ୪ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିଛନ୍ତି।

ମୋଟ ୫୯୨୯ ଟଙ୍କା ବ୍ୟୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ କରାଯାଇଛି, ଯାହା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ୫-ଟି ଯୋଜନା ଅନ୍ତର୍ଗତ ଏହି ଯୋଜନାରେ ଏହି ପ୍ରକଳ୍ପ ୪ ବର୍ଷ ଭିତରେ ଶେଷ କରାଯିବ। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୨୪ ଜାନୁଆରୀ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ଦିଆଯାଇଛି।

Share