ସୁନିତା ଖାଇବାକୁ ଦେବାରେ ବିଳମ୍ବ ହେବାରୁ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଞ୍ଜୟ ଘରେ ପଡ଼ିଥିବା ଏକ ଭଙ୍ଗା ଟାଇଲ୍ରେ ସୁନିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ସୁନିତା ବେହୋସ ହୋଇ ପଡ଼ିଯିବା ପରେ ସଞ୍ଜୟ ଟାଇଲ୍ରେ ଛେଚି ହତ୍ୟା କରିଥିଲା। ପରେ ଘରୁ ଯାଇ ନିକଟସ୍ଥ ହସ୍ପିଟାଲ୍ ପାଖରେ ରାତିସାରା ଲୁଚି ବସିଥିଲା। ଦୁଇଝିଅ ଅନ୍ୟ ଘରେ ଜେଜେ ମା’ଙ୍କ ପାଖରେ ଶୋଇଥିବାରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିପାରିନଥିଲେ। ଆଜି ସକାଳେ ଦୁଇ ଝିଅ ଓ ସଞ୍ଜୟର ମା’ ସୁନିତାର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀ ସ୍ବାମୀକୁ ଧରି ଥାନାକୁ ଆଣିଥିଲା। ପରିବାରର ପରାମର୍ଶ ଅନୁଯାୟୀ ୬ ବର୍ଷ ଓ ସାଢ଼େ ୩ ବର୍ଷର ଦୁଇ ଝିଅଙ୍କୁ ସିଡବ୍ଲ୍ୟୁସି ଜରିଆରେ ଚାଇଲ୍ଡ ଲାଇନ୍ରେ ରଖାଯିବ ବୋଲି ପୁଲିସ କହିଛି।
ରାଉରକେଲା: ଖାଇବା ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ନିଶାସକ୍ତ ସ୍ବାମୀ। ପତ୍ନୀଙ୍କୁ ଭଙ୍ଗା ଟାଇଲ୍ରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ (୩୨)। ଗତକାଲି ରାତି ପ୍ରାୟ ୧୧ଟାରେ ରଘୁନାଥପାଲି ଥାନା ଅନ୍ତର୍ଗତ ନେତାଜୀନଗର ପାହାଡ଼ ଉପରବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ସଞ୍ଜୟ ବିଲୁଙ୍ଗ (୩୯) ନିକଟସ୍ଥ ହସ୍ପିଟାଲରେ ରାତିସାରା ଲୁଚି ବସିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୁଲିସ ସଞ୍ଜୟକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଇଲ୍କୁ ଜବତ କରିିଛି।

