4995a69a 223b 4ecd 8531 214b41624467 549x430

ବ୍ରହ୍ମପୁର: ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା ଘଟଣାରେ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ‌ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଛି, ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏବେ ଅଭିଯୁକ୍ତର ଜେରା ଚାଲିଥିବା ପୁଲିସ କହିଛି। ଗତକାଲି ରାତିରେ ସୌଦାମିନୀ ରଥ ଭୁବନେଶ୍ବରରୁ ନିଜ ଘରକୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା।

ସୌଦାମିନୀ ଜଣେ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଡ୍ରାଇଭର୍ ସୀମାଞ୍ଚଳ ସାହୁ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏଣେ ସୌଦାମିନୀଙ୍କ ପୁଅ ଭୁବନେଶ୍ବରରୁ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ତାକୁ ହସ୍ତାନ୍ତର କରାଯାଇଛି। ଏଣେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share