32232c0c 581f 4dcc bdc2 748b69cb48c8 300x300

ରାଉରକେଲା: ନୃଶଂସ ବାପାର ଉନ୍ମତ୍ତ କାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର। ଅଭିଯୁକ୍ତ ବୁଧେଶ୍ୱର ସିଂହ ଗିରଫ। ଗୁରତର ଆହତ ହେଉଛନ୍ତି ପତ୍ନୀ ପ୍ରମିଳା ସିଂ, ଦୁଇ ପଡ଼ୋଶୀ ଲାକି କୁମ୍ଭାର ଓ ଘାସି କିସାନ। ଏମିତି ଅଭାବନୀୟ ଘଟଣା ଘଟିଛି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଂଚାୟତ ଲୁନଗଢା ବସ୍ତିରେ।

ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ହତ୍ୟାକାରୀ ବାପା ବୁଧେଶ୍ୱର ସିଂହଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଆଜି ଦିନ ପ୍ରାୟ ଏଗାରଟାରେ ଏହି ଘଟଣା ଘଟିଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Share