A1094318 9ea8 4eda 9af8 1be9ec43da76 300x225

ବାଙ୍କୀ: କଟକ-ବାଙ୍କୀ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଦୁର୍ଘଟଣାରେ ଗୁରୁତର ଅବିନାଶ ନାୟକଙ୍କ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ଏହାଫଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଲିଭିଯାଇଛି ୩ ଛାତ୍ରଙ୍କ ଜୀବନ ଦୀପ।
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଠାରେ ଏକ ବାଇକକୁ ପିକଅପ୍ ଭ୍ୟାନ୍ ପିଟବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ହୋଇଥିଲେ। ଏହି ତିନିଜଣ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ବାଙ୍କୀ ହରିରାଜପୁର ଗ୍ରାମର ସୋହାନ ନାୟକ, ଅମ୍ୟାଂଶୁ ପିରୋଇ ଓ ଅବିନାଶ ନାୟକ ନାମକ ୩ ଦଶମ ଶ୍ରେଣୀର ଛାତ୍ର ଚକୁଳେଶ୍ବର କୋଚିଂ ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେମାନେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ପିକଅପ୍ ଭ୍ୟାନ୍ ବାଇକକୁ ପିଟଥିଲା। ଏହାଫଳରେ ଘଟଣାସ୍ଥଳରେ ସୋହାନ ନାୟକ ଓ ଅମ୍ୟାଂଶୁ ପିରୋଇଙ୍କ ପ୍ରାଣହାନି ଘଟିଥିଲା। ଅବିନାଶ ନାୟକ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅବିନାଶଙ୍କର ମୃତ୍ୟୁ ଘଟିଥିଲା।

Share