F1aeb565 9aed 469b 868b 8f606d40a928 1 750x430

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଭୋର୍‌ରେ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିଥିଲା। ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଦେଖିବା ଲାଗି ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ପରିଲକ୍ଷିତ ହୋଇଥିଲା।

ତେଣେ ଆଜି ନୀତି ଅନୁଯାୟୀ, ମାଁ ସମଲେଶ୍ଵରୀଙ୍କ ଅନ୍ନଭୋଗ ପାଇଁ ପୂର୍ବାହ୍ଣ ୧୧ଟା ୪୫ରୁ ଅପରାହ୍ଣ ୧୨ଟା ୩୦ ଯାଏ, ମା’ଙ୍କ ଶୃଙ୍ଗାର ବେଶ ପାଇଁ ଅପରାହ୍ଣ ୩ଟାରୁ ଅପରାହ୍ଣ ୪ଟା ଯାଏ, ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ୭ଟା ୪୫ରୁ ରାତି ୮ଟା ୧୫ ଯାଏ ଏବଂ ରାତ୍ର ଅନ୍ନଭୋଗ ପାଇଁ ୮ଟା ୫୦ରୁ ସାଢ଼େ ୯ଟା ଯାଏ ଦର୍ଶନ ବନ୍ଦ ରହିବ। ମହାଳୟା ଅବସରରେ ପ୍ରବଳ ଭିଡ଼ ହେଉଥିବାରୁ ଭକ୍ତମାନଙ୍କୁ ମନ୍ଦିରକୁ ଭୋଗ, ଦୀପ, ଧୂପ ଆଦି କୌଣସି ପୂଜା ସାମଗ୍ରୀ ନେବା ଉପରେ କେବଳ ଗୋଟିଏ ଦିନ ପାଇଁ ବାରଣ କରାଯାଇଛି। ଭକ୍ତମାନେ ଏଥିରେ ସହଯୋଗ କରିବାକୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ନିବେଦନ କରିଛନ୍ତି।

Share