Vlcsnap 2023 10 17 14h21m38s416 750x430 1

ଭୁବନେଶ୍ବର: ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାର ଭାଲିଆବାଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ଓ ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ଜଣେ ୫ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଗୁରୁତର ଭାବେ ଆହତ ହୋଇଥିଲେ।
ସୂଚନା ଅନୁସାରେ ସ୍କୁଟିରେ ପୁଅକୁ ସ୍କୁଲରୁ ଘରକୁ ଆଣୁଥିଲେ ଗାନ୍ଧୀ ପଡ଼ିଆ ଅଞ୍ଚଳର ବୈଜୟନ୍ତୀ ଦାସ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ସ୍କୁଟିକୁ ଧକ୍କା ଦେଇଥିଲା। ବୈଜୟନ୍ତୀ କିଛି ଦୂରରେ ଛିଟିକି ପଡ଼ିଥିବା ବେଳେ ପୁଅର ପେଟ ଉପରେ ଟ୍ୟାଙ୍କରଟି ଚଢ଼ିଯାଇଥିଲା।

ଘଟଣାସ୍ଥଳରେ ୫ ବର୍ଷୀୟ ପୁଅ ବିନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରକୁ କାବୁ କରି ଲୋକେ ପୁଲିସର ଜିମା ଦେଇଥିଲେ। ନାବାଳକର ମୃତଦେହକୁ ଜବତ କରି ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଛକରେ ହଂପ୍ସ ନିର୍ମାଣ ଦାବି କରି ଗାଁ ଲୋକ ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ଲାଗି ରାଜପଥର ଉଭୟପଟେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

Share