କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ହଳଦିଆ ପେଟ୍ରୋକେମିକାଲ୍ସର ନାଫ୍ଥା ପାଇପଲାଇନରେ ହଠାତ୍ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ହଳଦିଆ ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୧୩ର ଚିରଞ୍ଜିବପୁର ଅଞ୍ଚଳରେ ଦ୍ରୁତ ଗତିରେ ନିଆଁ ବ୍ୟାପି ଯାଇଥିଲା।

