Us iran peace deal what s inside 14 point mou agreement set to be signed on 19 june 1781494763819 1280x720 2 1024x576

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ବେଳେ ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।ରିପୋର୍ଟ ଅନୁସାରେ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ ଉଭୟ ପକ୍ଷ ପରସ୍ପର ପ୍ରତି ଆକ୍ରମଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଉତ୍ତେଜନା ହ୍ରାସ ପାଇଁ ପରବର୍ତ୍ତୀ ପ୍ରମୁଖ ପଦକ୍ଷେପସ୍ବରୂପ କାତାରରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ। ମଙ୍ଗଳବାର ଉଭୟ ପକ୍ଷର ପ୍ରତିନିଧିମଣ୍ଡଳ ହର୍ମୁଜ୍ ପ୍ରଣାଳୀ ଉପରେ ଚାଲିଥିବା ବିବାଦର ସ୍ଥାୟୀ ସମାଧାନ ବାହାର କରିବା ପାଇଁ ସାକ୍ଷାତ କରିବେ। ହର୍ମୁଜ୍ ପ୍ରଣାଳୀକୁ ବିଶ୍ୱ ତୈଳ ଯୋଗାଣ ପାଇଁ ଏକ ଜୀବନରେଖା ଭାବରେ ବିବେଚନା କରାଯାଉଥିବାବେଳେ ଏହାର ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଜାରି ରହିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଉଭୟ ପକ୍ଷ ବର୍ତ୍ତମାନ କାତାରରେ ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଇଚ୍ଛୁକ।

ସୂଚନାଯୋଗ୍ୟ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ତେବେ ଏହାର କିଛି ଘଣ୍ଟା ପରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଥିଲା।

Share