Chembur

ମୁମ୍ବାଇ : ମୁମ୍ବାଇର ଚେମ୍ବୁରରେ ସ୍କୁଲ ବସ୍ ଉପରେ ହଠାତ୍ ପଡ଼ିଲା ଗଛ । ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଭିତରେ ଜଣେ ପିଲା ଫସିଥିଲା, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଛି ।

ଖବର ମୁତାବକ, ମୁମ୍ବାଇ ଚେମ୍ବୁରରେ ରୋଡ ନମ୍ବର ୧୧ରେ ଟ୍ରାଫିକ ଭିଡ଼ ହୋଇଥିଲା । ଏକ ଘରୋଇ ସ୍କୁଲ ବସ୍ ପିଲାଙ୍କୁ ନେଇ ଫେରୁଥିବା ବେଳେ ଜୋରରେ ପବନ ହୋଇଥିଲା । ପବନ ଯୋଗୁଁ ଏକ ଗଛ ବସ୍ ଉପରେ ପଡ଼ିଯାଇଥିଲା । ବସ୍ ଉପରେ ଗଛ ପଡ଼ିବା ଯୋଗୁଁ ବସର ଉପର ଭାଗ କ୍ଷତିଗ୍ରସ୍ତ ହୋଇଥିଲା ।

ବସରେ ପିଲା ଥିବାରୁ ସବୁ ପିଲା ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଛି । ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ପିଲାଙ୍କ ଚିକିତ୍ସା ଚାଲିଛି । ଅଧିକାଂଶ ପିଲା ୮ରୁ ୧୪ ବର୍ଷର ବୋଲି ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଅନେକ ପୁରୁଣା ଗଛ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଘଟଣା ପରେ ଲୋକମାନେ ଭୟଭୀତ ରହିଛନ୍ତି । ମୁମ୍ବାଇ ପୋଲିସ ଏବଂ ବିଏମସି ଟିମ ପହଞ୍ଚି ଯାଞ୍ଚ କରୁଛି ।

Share