Ba

ବରିଷ୍ଠ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମର୍ଥନରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବସୁନ୍ଧରାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ସେ ବିଜେପି ଉପରେ ବର୍ଷିଛନ୍ତି।

ବସୁନ୍ଧରାଙ୍କୁ ବିଜେପି ଅଣଦେଖା କରୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ କରିଥିବା ପ୍ରଶ୍ନର ଉତ୍ତରରେ ଗେହଲଟ କହିଥିଲେ- ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ମୁଁ କିଛି ମନ୍ତବ୍ୟ ଦେବି ନାହିଁ। କିନ୍ତୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ମୋ ପାଇଁ ତାଙ୍କୁ ଦଣ୍ଡ ଦେବା ଉଚିତ୍‌ ନୁହେଁ। ଏହା ତାଙ୍କ ପ୍ରତି ଅନ୍ୟାୟ ହେବ।

ସେ ଆହୁରି କହିଥିଲେ, ଏକ ଖରାପ ସମୟରେ ମୋ ସରକାରକୁ ଭାଙ୍ଗିବା ପାଇଁ ମନା କରି ଦେଇଥିଲେ ବସୁନ୍ଧରା ରାଜେ। ସେଥିପାଇଁ ତାଙ୍କ ଦଳ ତାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ।

ଚଳିତ ବର୍ଷ ମେ’ ମାସରେ ଗେହଲଟ କହିଥିଲେ ଯେ ୨୦୨୦ରେ ଯେତେବେଳେ ସଚିନ ପାଇଲଟ ଓ ତାଙ୍କ ସମର୍ଥକମାନେ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ସେତେବେଳେ ବସୁନ୍ଧରା ରାଜେ ଓ ଆଉ ଦୁଇ ଜଣ ବିଜେପି ନେତା ତାଙ୍କୁ ସାହାଯ୍ୟ କରିଥିଲେ। ଏହି ତିନି ବିଜେପି ନେତା ତାଙ୍କ ସରକାରକୁ ବଞ୍ଚାଇ ଦେଇଥିଲେ।

ଅନ୍ୟପକ୍ଷରେ ଗେହଲଟଙ୍କ ଏହି ଦାବି ଉପରେ କଡ଼ା ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ଗେହଲଟ ସବୁବେଳେ ମୋତେ ତାଙ୍କର ପରମ ଶତ୍ରୁ ମନେ କରନ୍ତି। ସେ ମୋତେ ତାଙ୍କ ରାସ୍ତାର କଣ୍ଟା ବୋଲି ଭାବନ୍ତି। ତେଣୁ ତାଙ୍କ ପ୍ରଶଂସାରେ ମୋ ପ୍ରତି ଶୁଭେଚ୍ଛା ନାହିଁ ବରଂ ତା’ ଭିତରେ ଦ୍ୱେଷ ରହିଛି।

Share