୧୯୮ ଅଧିକାରୀଙ୍କ ବଦଳି, ଅଗଷ୍ଟ ପହିଲା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେଲେ ଦରମା ବନ୍ଦ

Sachivalaya building bbsr orissa

ଭୁବନେଶ୍ବର: ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍‌) କ୍ୟାଡର୍‌ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍‌, ସିଟି ଆଣ୍ଡ ଜିଏସ୍‌ଟି ଅଫିସର୍‌, ସବ୍‌-ଟ୍ରେଜେରୀ ଅଫିସର୍‌, ଆକାଉଣ୍ଟସ୍‌ ଅଫିସର୍‌, ଫାଇନାନ୍ସ ଓ ଆକାଉଣ୍ଟସ୍ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଦଳି ଆଦେଶ ପାଇଥିବା ଅଧିକାରୀମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ପୁରୁଣା ସ୍ଥାନରୁ ବିଦାୟ ନେବେ। ଅଗଷ୍ଟ ୧ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନ ଦେଲେ, ସେମାନଙ୍କ ଦରମା ବନ୍ଦ କରାଯିବ। ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ କୌଣସି ବିକଳ୍ପ ଆଦେଶକୁ ଅପେକ୍ଷା ନ କରି ବଦଳି ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ଦାୟିତ୍ବମୁକ୍ତ କରିବେ। ବଦଳି ଆଦେଶ ପାଇଥିବା ଅଧିକାରୀମାନେ ଯଦି ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) କାର୍ଯ୍ୟରେ ନିୟୋଜିତ ଥାନ୍ତି, ତା’ ହେଲେ ଏହି କାର୍ଯ୍ୟ ଶେଷ କରିବା ପରେ ଯାଇ ସେମାନେ ନୂତନ ସ୍ଥାନରେ ଯୋଗଦେବେ।

Share