8eef7266 b217 4935 be74 9240a232baee 750x430

କଟକ: କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ପରିସରରେ ଶନିବାର ଦିନ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ଆୟୋଜିତ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସତ୍ରରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପୁରୀର ପୂର୍ବତନ ପ୍ରଫେସର ଓ ଫିଜିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଅର୍ପିତା ପ୍ରିୟଦର୍ଶନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ନିୟମ, ପ୍ରାଣାୟମ ଓ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏଥିରେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକର ଘୋଷ ମୁଖ୍ୟ ବକ୍ତା ଭା‌ବେ ଯୋଗ ଦେଇଥିଲେ।
ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଅଖିଳ ଭାରତୀୟ ସହ ସଦଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଅଧ୍ୟକ୍ଷ ଭାବରେ ଯୋଗଦେଇ ଯୋଗର ଅନୁଶାସନ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ। ଶିକ୍ଷା ବିକାଶ ସମିତି ଓଡ଼ିଶା ଉତ୍ତର ପୂର୍ବ ସଂଭାଗର ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।
ଦିଲ୍ଲୀ ପ୍ରାନ୍ତର ସଂଗଠନ ମନ୍ତ୍ରୀ ରବି କୁମାର ଜୀ, ଅଖିଳ ଭାରତୀୟ କବାଡି ସଂଯୋଜକ ତଥା ଏହି ସମାରୋହରେ ଖେଳ ଅଧିକାରୀ ବିଭୂତି ଭୂଷଣ ଦାସ, ଶିକ୍ଷା ବିକାଶ ସମିତି ଓଡ଼ିଶାର ସଭାପତି କିଶୋର ଚନ୍ଦ୍ର ମହାନ୍ତି, ସଂଘର ପ୍ରଚାରକ ବିଜୟ ଗଣେଶ କୁଲକର୍ଣୀ, ଶିକ୍ଷା ବିକାଶ ସମିତି ଓଡ଼ିଶାର ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର, ଉତ୍ତର ପୂର୍ବ ସଂଭାଗର ସମ୍ଭାଗ ସଂଯୋଜକ ତୁଷାରରଂଜନ ଦାଶ, ପୂର୍ବ କ୍ଷେତ୍ରର ଯୋଗ ସଂଯୋଜକ ମଧୁସୂଦନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମାରୋହରେ ବିଦ୍ୟା ଭାରତୀର ଯୋଗ ସଂଯୋଜକ ରାଜେଶ ଜୀ ଉପସ୍ଥିତ ରହି ଯୋଗର ଉପକ୍ରମଣିକା ଓ କିଛି ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ।
ଏହି ସମାରୋହରେ ବାଲୁବଜାର(କଟକ) ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ବାରା ଯୋଗ ପ୍ରଦର୍ଶନ କରାଯାଇଥିଲା। ଏହି ସମାରୋହରେ ଭାରତର ୧୧ଟି କ୍ଷେତ୍ରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଯୋଗ ପ୍ରଦର୍ଶନ କରାଯିବ। ଏହି ସମାରୋହରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ବରିଷ୍ଠ ପୂର୍ଣ୍ଣକାଳୀନ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।

Share