ସୂଚନା ମୁତାବିକ, ଗୁରୁବାର ଦିନ ପ୍ରାୟ ସାଢ଼େ ୨ଟା ବେଳେ କଟକ ମଲା ଚଣ୍ଡିଆ ଛକରେ ଏକ ବାଇକକୁ ଧକ୍କା ଦେଇ ୪୦ ଫୁଟ୍ ଘୋଷାଡ଼ି ନେଲା ଆମ୍ ବସ୍। ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟ ‘ଆମ୍ ବସ୍’ ଛାଡ଼ି ଚାଳକ ଦୁର୍ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟଲୋକ ବସ୍କୁ ଟେକି ବାଇକ୍ ଆରେହୀଙ୍କୁ ଉଦ୍ଧାର କରିଥିଲେ। ପୁଲିସକୁ ଖବର ମିଳିବା ପରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା। ଗୁରୁତର ବାଇକ୍ ଆରୋହୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ବଡ଼ ମେଡିକାଲକୁ ପଠାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପୁଲିସ ସ୍ଥାନୀୟଲୋକ ବୁଝାସୁଝା କରୁଥିବା ଜଣାପଡିଛି।
କଟକ: ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଗୁରୁତର ବାଇକ୍ ଆରୋହୀ ମେଡିକାଲ୍ରେ ଭର୍ତ୍ତି। ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚିବ ଗୁରୁତର ବାଇକ୍ ଆରୋହୀକୁ ପିସିଆର୍ରେ ମେଡିକାଲ ପଠାଇଥିବା ସୂଚନା ମିଳିଛି।

