କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମନ ଜାରି କରାଯାଇଛି। ନଭେମ୍ବର 7 ତାରିଖ ଅପରାହ୍ନ ସାଢ଼େ 3ଟାରେ ସୋମାଲିକାଙ୍କୁ ମ୍ୟାରେଜ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି। ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ତାଙ୍କୁ କୌଣସି ସାକ୍ଷୀଙ୍କୁ ସାଙ୍ଗରେ ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅକ୍ଟୋବର 7 ତାରିଖରେ ସବ୍ ରେଜିଷ୍ଟ୍ରାରଙ୍କ ଅଫିସରେ ସୋମାଲିକା ଦାଶ ବିଧାୟକଙ୍କ ବିବାହ ଆବେଦନ ଉପରେ ଆପତ୍ତି ଜଣାଇବା ପରେ ଏହି ସମନ ଜାରି କରାଯାଇଛି। କଟକରେ ରହୁଥିବା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ଦାସ ଯୋଜନା କରୁଥିବା ଜଣାପଡ଼ିଛି।
ଆବେଦନ ସମ୍ପର୍କରେ ସୂଚନା ଦେଇ କଟକ ଜିଲ୍ଲା ବିବାହ ପଞ୍ଜୀକରଣ ଅଧିକାରୀ ଗୋପବନ୍ଧୁ ପରିଡ଼ା କହିଛନ୍ତି, ବିବାହ ଆବେଦନ ଏବେ ଏକ ମାସ ଆପତ୍ତି ଅବଧିରେ ରହିଛି। ଏକ ମାସ ପରେ ଏବଂ 90 ଦିନ ପୂର୍ବରୁ ସେମାନଙ୍କୁ ବିବାହ ପାଇଁ ହାଜର ହେବାକୁ ପଡ଼ିବ। ଆପତ୍ତି ଅବଧି ମଧ୍ୟରେ ଯଦି କେହି ଆପତ୍ତି କରନ୍ତି ତେବେ ମାମଲାକୁ ଆଇନ ଅନୁଯାୟୀ ବିଚାର କରାୟିବ।
ସେମାନଙ୍କ ମାମଲା ବିଚାରଧୀନ ଥିବା ବେଳେ ମଧ୍ୟ ବିବାହ ପାଇଁ ଆବେଦନ କରିବା ପାଇଁ ବିଧାୟକଙ୍କ ପଦକ୍ଷେପକୁ ନେଇ ସୋମାଲିକା ଦାଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେହିପରି ଶାସକ ବିଜେଡି ଦଳ ବିଧାୟକଙ୍କୁ ସୁରକ୍ଷା ଦେଉଥିବା ବେଳେ ତାଙ୍କ ରାଜନୈତିକ ସମ୍ପର୍କ ଯୋଗୁଁ ପୁଲିସ ତାଙ୍କ ବିରୋଧରେ ଠୋସ୍ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ସୋମାଲିକା ଅଭିଯୋଗ କରିଛନ୍ତି।
ଏବେ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗର ସପକ୍ଷରେ ସୋମାଲିକା ଦାଶ ଆବଶ୍ୟକ ଦସ୍ତାବିଜ କେଉଁ ସବୁ ପ୍ରମାଣ ଦେଉଛନ୍ତି ତାହାକୁ ଅପେକ୍ଷା।