3d62977f 8458 409a b612 190310ab8afc 750x430

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପ୍ରକାଶ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ମହାନ୍ତି ଗତ ସେପ୍ଟମ୍ବରରେ ନୂଆଦିଲ୍ଲୀରେ କୃଷକ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ରରେ ଭାଗ ନେଇ ବକ୍ତା ଭାବେ ଯୋଗ ଦେଇ ଜୈବବିବିଧତାର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ସେଭଳି ସେ ବିଭିନ୍ନ ବିହନର ସଂରକ୍ଷଣ କରି ନ ରଖିଲେ ଆଗାମୀ ଦିନରେ ନୂଆ ହାଇବ୍ରିଡ୍ ବିହନ ଏସବୁକୁ ଖାଇଯିବ ବୋଲି ମତ ଦେଇ କୋରାପୁଟଜିଲ୍ଲାକୁ ଗୌରବାନ୍ବୀତ କରିଥିଲେ।

ଏହି ଛାତ୍ରୀ ଜଣକୁ ଏବେ ଓଡ଼ିଶା  ମିଲଟ ମିସନ ପକ୍ଷରୁ ଭୁବନେଶ୍ବର ଜନତା ମଇଦାନରେ ଆସନ୍ତା ୯ ଓ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଭାଗ ନେବାକୁ ରାଜ୍ୟ ମିଲେଟ ମିସନର ଯୁଗ୍ମ ସଚିବ ଚିଠି ଦେଇଛନ୍ତି। ୧୫୦ପ୍ରକାରର ଦେଶୀ ଧାନ ବିହନ, ୫୩ପ୍ରକାରର ମାଣ୍ଡିଆ ଓ ୭ରକମରର ବାଜରା ସଂଗ୍ରହ କାରୀ ଛାତ୍ରୀ ଭାବେ ‌ହର୍ଷିତାଙ୍କୁ ଏଥି ପୂର୍ବରୁ ରାଜ୍ୟ ପ୍ରମୁଖ କୃଷି ସଚିବ ତଥା ଓଡିଶା ମିଲେଟ ମିଶନର ଅଧ୍ୟକ୍ଷ ଡଃ.ଅରବିନ୍ଦ ପାଢ଼ୀ ସମ୍ବର୍ଦ୍ଧନା ଦେଇ ଚିଠି ବି ଦେଇଥିଲେ। ହର୍ଷିତା ଏହି ସମ୍ମିଳନୀରେ ଯୋଗ ଦେବାକୁ ଚିଠି ସହ ଡାକାରା ପାଇଥିବା ଖବର ସ୍କୁଲରେ ପ୍ରଚାର ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ‌ଶୁଭେଚ୍ଛା ଞାପନ କରାଯାଇଛି।

Share