B6772e01 e827 4376 927a 03d9978ae492 750x430

ଭୁବନେଶ୍ବର: ଚାକିରି କରାଇଦେବା ନାଁରେ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଠ‌କିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ମହୁରୀ।

ସୂଚନା ଅନୁସାରେ ଆଇଓସିଏଲ ଓ ରେଳ ବିଭାଗରେ ଚାକିରି କରାଇଦେବାକୁ କହି ବାଲେଶ୍ୱରର ସନ୍ତୋଷ ମହୁରୀ ୫୯ ଲକ୍ଷ ୨୫ ହଜାର ଟଙ୍କା ଠକେଇ କରିଥିବା ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସନ୍ତୋଷ ମହୁରୀ ନିଜକୁ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଅଭିଯୁକ୍ତକୁ ଗିରଫ କରିବା ସମୟରେ ପୁଲିସକୁ ଜାଲ୍ ପରିଚୟ ପତ୍ର ଓ ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା।

Share