8d2c6ecb 6313 4ea8 a029 1d861a487b85

ଭୁବନେଶ୍ବର : ଓଡ଼ିଶା ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ରବିବାର (ନଭେମ୍ବର ୨୬) ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର (Admit Card) ଓଡ଼ିଶା ପୁଲିସ୍ ୱେବସାଇଟ୍‌ (odishapolice.gov.in)ରେ ଉପଲବ୍ଧ କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ସେଥିରୁ ଡାଉନ୍‌ଲୋଡ୍ କରିପାରିବେ। ଆଜି ଓଡ଼ିଶା ପୁଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ପରୀକ୍ଷା ନିମନ୍ତେ ଆବେଦନ କରିଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରବେଶ ପତ୍ର ଡାଉନ୍‌ଲୋଡ୍ କରିବା ସମ୍ବନ୍ଧୀୟ ସୂଚନା ଏସ୍‌ଏମ୍‌ଏସ୍ ମାଧ୍ୟମରେ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ପଠାଇ ଦିଆଯାଇଛି। ତା’ସହିତ ସେମାନଙ୍କର ଇ-ମେଲକୁ ମଧ୍ୟ ଏ ସମ୍ବନ୍ଧୀୟ ସୂଚନା ପଠାଇ ଦିଆଯାଇଛି।
ପ୍ରାର୍ଥୀମାନେ odishapolice.gov.in କୁ ଯାଇ candidate login କୁ କ୍ଲିକ୍ କରି ନିଜ ନିଜର ପ୍ରବେଶ ପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ପ୍ରବେଶ ପତ୍ର ଡାଉନ୍‌ଲୋଡ୍‌ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଲେ ପ୍ରାର୍ଥୀମାନେ ସେଥିରେ ଥିବା ହେଲ୍‌ପଲାଇନ୍‌ ନମ୍ବରରେ ଯୋଗାଯୋଗ କରିପାରିବେ।

Share