Tiger 1700294508

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପଞ୍ଚୁପଲ୍ଲୀରେ ବୁଲୁଛି କଲରାପତରିଆ ବାଘ। ଭିଡିଓ ଭାଇରାଲ ହେବା ପରେ ଏନେଇ ସ୍ପଷ୍ଟ କରିଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ।
ସେ କହିଛନ୍ତି, ପଞ୍ଚୁପଲ୍ଲୀ ଅଞ୍ଚଳରେ ସାମ୍ନାକୁ ଆସିଥିବା ଭିଡିଓରେ ଥିବା ବାଘଟି କଲରାପତରିଆ ବୋଲି ଅନୁମାନ କରାଯାଉଛି। ସେ ହଦଗଡ ଅଭୟାରଣ୍ୟର କଥାକଟା ସେକ୍ସନରୁ ଚାଲି ଆସିଛି। ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା। ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ସଂଧ୍ୟା ହେଲେ ସେ ପଳାଇବ। ତାକୁ ଦେଖିବାକୁ ବା ଘଉଡ଼ାଇବାକୁ ଲୋକମାନେ ଏକାଠି ହୁଅନ୍ତୁନି।
ସୂଚନା ଅନୁସାରେ, ଦୁଇ ଦିନ ତଳେ ପଞ୍ଚୁପଲ୍ଲୀରେ ବାଘଟି ବୁଲୁଥିଲା। ତାର ପାଦ ଚିହ୍ନ ନଦୀରେ ପଠାରେ ପଡ଼ିଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡିଥିଲେ। ଜଙ୍ଗଲ ବିଭାଗ ଘଟଣାର ତନାଘନା କରିଥିବା ବେଳେ ତାର ଗତିବିଧି ଉପରେ ନଜର ରଖିବାକୁ ଚେଷ୍ଟା କରିଥିଲା।

Share