Image 1700794437

‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍‌  କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମୁମ୍ବାଇ ପୁଲିସ୍‌ର ନିଦ ହଜାଇ ଦେଇଛନ୍ତି।

ମୁମ୍ବାଇ ପୁଲିସ୍‌ ସୂଚନା ଅନୁଯାୟୀ, “quaidacasrol@gmail.com” ନାମକ ଆଇଡିରୁ ଧମକପୂର୍ଣ୍ଣ ମେଲ୍‌ ଆସିଛି। ଅଭିଯୁକ୍ତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ ନିକଟକୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି। ଏଥିସହ ସମସ୍ତ ଧନରାଶି ବିଟ୍‌ କଏନରେ ଦେବାକୁ କହିଛି।

ଉକ୍ତ ମେଲ୍‌ରେ ଲେଖାଯାଇଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଡଲାର ନ ଦେଲେ ଟର୍ମିନାଲ-୨କୁ ବମ୍‌ରେ ଉଡ଼ାଇ ଦେବୁ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ବିଟ୍‌ କଏନରେ ଏକ ମିଲିୟନ ଡଲାର ପଠାଅ । ୨୪ ଘଣ୍ଟା ପରେ ଆଉ ଏକ ଆଲର୍ଟ ଦିଆଯିବ ।

ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଇ-ମେଲ୍‌ ଯେଉଁ IP ଠିକଣାରୁ ଆସିଛି, ତାହାର ପତ୍ତା ଲଗା ଯାଇଥିବା ଜଣାଯାଇଛି। ପୁଲିସ୍‌ ଏବେ ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି।

Share