66f5acf6 d45a 4d92 a0af fa10672ccd12 750x430

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ପ୍ଲାଟଫର୍ମରେ ଏକ ବଡ ପାଣି ଟାଙ୍କି ଖସିପଡି ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ପୂର୍ବ ରେଳ ଜୋନ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନେ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଯାତ୍ରୀମାନଙ୍କ ଉପରେ ଏକ ବଡ ପାଣି ଟାଙ୍କି ପଡିଥିଲା। ଏହି କାରଣରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ହାଓଡ଼ା ଡିଭିଜନର ବର୍ଦ୍ଧମାନ ରେଳଷ୍ଟେସନର ଏକ ନମ୍ବର, ଦୁଇ ନମ୍ବର ପ୍ଲାଟଫର୍ମ ମଝିରେ ଥିବା ଏକ ବଡ ପାଣିଟାଙ୍କି ଭୁଶୁଡି ପଡିଥିଲା | ଏହି ପାଣିଟାଙ୍କି ପ୍ଲାଟଫର୍ମର ଛାତ ଭାଙ୍ଗି ପଡିଥିବାବେଳେ ସେତେବେଳେ ବହୁ ସଂଖ୍ୟାରେ ଯାତ୍ରୀ ପ୍ଲାଟଫର୍ମରେ ଥିଲେ | ସେମାନେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଏହା ସେମାନଙ୍କ ଉପରେ ପଡିଯାଇଥିଲା | ଏହି ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି | ଘଟଣା ବାବଦରେ ଜଣାପଡିବା ପରେ ଆରପିଏଫ ଯବାନଙ୍କ ସହ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଂଚି ତୁରନ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି | ଏହି ଘଟଣା ପରେ ବର୍ତ୍ତମାନ ତିନିଟି ପ୍ଲାଟଫର୍ମକୁ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି|

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଏହି ପାଣିଟାଙ୍କିଟି ବହୁତ ପୁରୁଣା ହୋଇଥିବାବେଳେ ଏହା ଭଗ୍ନ ଅବସ୍ଥାରେ ଥିଲା | ତେବେ ଆଜି ଏଥିରେ ପାଣି ଭର୍ତ୍ତି ହେବାର କିଛି ସମୟ ପରେ ଏହା ହଠାତ ଭୁଶୁଡି ଯାଇଥିଲା | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି | ତେବେ ଏନେଇ କୌଣସି ଅଧିକାରିକ ଘୋଷଣା ହୋଇନାହିଁ |

Share