10bbs 30 10072026 112 2026 07 10 16 37

ୱେଲିଙ୍ଗଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ସହ ଆର୍ଥିକ, ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏହି ଗସ୍ତ ଭାରତର ‘ଆକ୍ଟ ଇଷ୍ଟ ପଲିସି’ ଏବଂ ମୁକ୍ତ ‘ଭାରତ-ପ୍ରଶାନ୍ତ ମହାସାଗରୀୟ’ ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିବ।

ନ୍ୟୁଜିଲାଣ୍ଡ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ରଣନୈତିକ ଆଲୋଚନା କରିଥିଲେ। ସେଠାରେ ଦୁଇ ଦେଶ ମଧ୍ୟରେ ଏକ ଐତିହାସିକ ”ବେସାମରିକ ଆଣବିକ ଶକ୍ତି ଚୁକ୍ତି” ସ୍ୱାକ୍ଷରିତ ହୋଇଛି, ଯାହା ଭାରତକୁ ୟୁରେନିୟମ୍ ଯୋଗାଣ ସହଜ କରିବ। ଏହାବାଦ୍ ସାମୁଦ୍ରିକ ପ୍ରତିରକ୍ଷା ସମ୍ପର୍କକୁ ଜୋରଦାର କରିବାକୁ ସହମତି ପ୍ରକାଶ ପାଇଛି। ଏହା ପୂର୍ବରୁ ମୋଦୀ ଇଣ୍ଡୋନେସିଆ ଗସ୍ତ କରି ସାମୁଦ୍ରିକ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ୧୪ଟି ଚୁକ୍ତି ସ୍ୱାକ୍ଷର କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ନ୍ୟୁଜିଲାଣ୍ଡ ଯାତ୍ରା ତାଙ୍କର ସଫଳ ତିନି ଦେଶୀୟ ଭ୍ରମଣର ସମାପ୍ତି ଆଣିବ।

Share